“ବଣମଲ୍ଲୀ ସମ ଫୁଟି ମୁଁ ବଣରେ
ପଡିବିନି ଆଉ ଝରି I
ପ୍ରେରଣା ଆଣୁଛି ସାହିତ୍ୟ ସମ୍ଭାର
ରଖିବ ହୃଦୟେ ଭରି II”
ଓଡିଆ ପରି ଏକ ସମୃଦ୍ଧ ଭାଷା ଓ ସଂସ୍କୃତିର ପରିପ୍ରଚାର ଓ ପ୍ରସାର ପାଇଁ ଚେଷ୍ଟିତ ଅନେକ ସାହିତ୍ୟ ସାଧକ ଆଜି ଲୋକଲୋଚନରୁ ଅଦୃଷ୍ଟ । ସେମାନେ ଆଜି ବଣମଲ୍ଲୀ ପରି ବଣରେ ଫୁଟି ନିଜର ସୁଗନ୍ଧ ଚତୁଃପାର୍ଶ୍ୱରେ ପ୍ରସାରିତ କରିବା ପୂର୍ବରୁ ଝଡି ଯାଉଛନ୍ତି । ଆସନ୍ତୁ ସେହିପରି ଅବହେଳିତ ଅବସ୍ଥାରେ ଲେଖନୀ ଚାଳନା କରୁଥିବା ପ୍ରତିଭାଗୁଡିକର ଆବିଷ୍କାର ଦିଗରେ ସଂଗଠିତ ଓ ଐକାନ୍ତିକ ଉଦ୍ୟମ ଚଳାଇବା ।
– ସମ୍ପାଦକ